Advertisment

ଡାକ୍ତରଙ୍କ କଥା ଶୁଣିଲେନି; ଗୁଣିଆ ଡାକି କଲେ ଝଡ଼ାଫୁଙ୍କା, ଚାଲିଗଲା ଜୀବନ

ଗତକାଲି ରାତିରେ ହେମାନନ୍ଦ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା।

Snake

Snake

Advertisment

ଚିକିତ୍ସା ବିଜ୍ଞାନ ଉପରେ ପାଇଲାନି ଭରସା। ଡାକ୍ତରଙ୍କ ରେଫର ସତ୍ତ୍ୱେ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ  ମେଡିକାଲ ନ ନେଇ ଗୁଣିଆ ପାଖକୁ ନେଇଗଲେ ପରିବାର ଲୋକେ। ହେଲେ ଗୁଣିଆର ମନ୍ତୁରା ପାଣି ସାଙ୍ଗକୁ ଝଡ଼ାଫୁଙ୍କା ଦେଲାନି କାମ। ଅକାଳରେ ଚାଲିଗଲା ଜଣେ ବ୍ୟକ୍ତି ଜୀବନ।

Advertisment

ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପାଟଦୋହଲି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୁରୁଣାକଟକ ଥାନା ପାଟଦୋହଲି ଗାଁର ହେମାନନ୍ଦ ପ୍ରଧାନ।

ଗତକାଲି ରାତିରେ ହେମାନନ୍ଦ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରେ ସାପଟିକୁ ଗ୍ରାମବାସୀ ଧରି ଏକ ହାଣ୍ଡିରେ ପୂରାଇ ରଖିଥିଲେ। ହେମାନନ୍ଦଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଅବସ୍ଥା ଗୁରୁତର ହେବାରୁ ହେମାନନ୍ଦଙ୍କଙ୍କୁ ଡାକ୍ତର ବୁର୍ଲା ରେଫର୍ କରିଥିଲେ।

Advertisment

ହେଲେ ପରିବାର ଲୋକ ହେମାନନ୍ଦଙ୍କୁ ବୁର୍ଲା ନେବା ବଦଳରେ ଘରକୁ ଫେରାଇ ଆଣିଥିଲେ। ଘରେ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ। ହେଲେ ଗୁଣିଆର ଝଡ଼ାଫୁଙ୍କା ସାଙ୍ଗକୁ ମନ୍ତୁରା ପାଣି କାମ ଦେଇ ନଥିଲା। ଶେଷରେ ହେମାନନ୍ଦଙ୍କ ମୃତ୍ୟୁ ଘଟିଥିଲା।  

Boudh Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe