Advertisment

ନିଷ୍କ୍ରିୟ କଲା ବେଳେ ଫୁଟିଗଲା ବୋମା! ଜଣେ ହାବିଲଦାର ମୃତ

ଯେଉଁ ବିସ୍ଫୋରକ ଫୁଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଲା, ତାହା ବୋମା ଥିଲା କି ବାଣ ଥିଲା ସ୍ପଷ୍ଟ ହୋଇପାରିନି।

author-image
Jitendra Garnayak
ଅଦ୍ୟତନ ହୋଇଛି
Pradeep Mallick

Pradeep Mallick

ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଯିବାରୁ ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଛି। ଏମିତି ଏକ ଅଭିଯୋଗ ଆସିଛି କଟକରୁ। ମୃତ ହାବିଲଦାରଙ୍କ ନାଁ ପ୍ରଦୀପ ମଲ୍ଲିକ। ତାଙ୍କ ଘର କଟକର ପୀର ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ବୋମା ନିଷ୍କ୍ରିୟକାରୀ ୩ ଜଣିଆ ଟିମ୍‌ରେ ସାମିଲ ହୋଇଥିଲେ ଓ ଏହାର ନେତୃତ୍ୱ ନେଉଥିଲେ।

Advertisment

କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଏହି ଜବତ ବୋମା ରଖାଯାଇଥିଲା। ଜବତ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ ନଦୀପଠାରୁ ଅଣାଯାଇଥିଲା। ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ବୋମା ଫୁଟି ଯାଇଥିଲା ଓ ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି। ବୋମାଗୁଡ଼ିକରେ ନିଆଁ ଲଗାଯାଇଥିଲା ବୋଲି ସୂଚନା ମିଳିଛି। 

ଅନ୍ୟପକ୍ଷରେ ତାହା ବୋମା ନଥିଲା ବୋଲି କହିଛନ୍ତି କଟକ ଏଡିସିପି ଅନୀଲ ମିଶ୍ର। ସେ କହିଛନ୍ତି ଯେ ତାହା ବୋମା ନଥିଲା। ତାହା ବାଣ ଥିଲା। ତେବେ କେଉଁ ପରିସ୍ଥିତିରେ ଓ କେମିତି ଏହି ଘଟଣା ଘଟିଲା, ତା’ର ତଦନ୍ତ କରାଯିବ। 

Advertisment

ଯେଉଁ ବିସ୍ଫୋରକ ଫୁଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଲା, ତାହା ବୋମା ଥିଲା କି ବାଣ ଥିଲା ସ୍ପଷ୍ଟ ହୋଇପାରିନି। ଏହା ବି କୁହାଯାଉଛି, ବିଭିନ୍ନ ସମୟରେ ଜବତ କରାଯାଇଥିବା ବାଣଗୁଡ଼ିକୁ ନିଷ୍କ୍ରିୟ କରିବାକୁ ନଦୀପଠାକୁ ଅଣାଯାଇଥିଲା। ସେଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା। ବାଣଗୁଡ଼ିକ ଭିତରେ କିଛି ବୋମା ଥିଲା। ତେଣୁ ଏଭଳି ଏକ ଅଘଟଣ ଘଟିଗଲା। ତେବେ ବାଣ ହେଉ ଅବା ବୋମା, ସେଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ରହିଥିବା ଗାଇଡ୍‌ଲାଇନ୍‌କୁ ପାଳନ କରାଯାଇଥିଲା ନା ନାହିଁ, ସେଗୁଡ଼ିକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ, ଏବେ ସେ ସବୁ ପ୍ରଶ୍ନ ଉଠୁଛି। ପୁଲିସର ତଦନ୍ତ ପରେ ଏହା ସାମ୍ନାକୁ ଆସିପାରେ। ଘଟଣାସ୍ଥଳରେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହିତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରୁଛନ୍ତି। 

Bomb Blast