Advertisment

ଟାଟା ମ୍ୟାଜିକକୁ ଧକ୍କା ଦେଇ ଦୋକାନ ଉପରେ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ୍

ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଭାରସାମ୍ୟ ହରାଇ ଟାଟା ମ୍ୟାଜିକକୁ ଧକ୍କା ଦେଇ ପାନ ଦୋକାନ ଉପରକୁ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ। ଦୁର୍ଘଟଣାରେ ଦୋକାନୀ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗୁଡିଖାଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରବିନ୍ଦ୍ର ହାତୀ।

Advertisment

ତେନ୍ତୁଳିଆ ଗ୍ରାମର ରବିନ୍ଦ୍ର ହାତୀଙ୍କର ଗୁଡିଖାଳ ଛକ ନିକଟରେ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ପାନ ଦୋକାନ ରହିଛି। ଗତକାଲିରାତିରେ ଦୋକାନ ବନ୍ଦ କରି ରବିନ୍ଦ୍ର ଭିତରେ ଶୋଇଥିଲେ। ଏହି ସମୟରେ  ଜଳେଶ୍ୱର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ପ୍ରଥମେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟାଟା ମ୍ୟାଜିକକୁ ଧକ୍କା ଦେଇଥିଲା। ପରେ ଟ୍ରକଟି ଦୋକାନ ଉପରକୁ ମାଡ଼ି ଯିବା ପରେ ଉଭୟ ଟ୍ରକ ଏବଂ ଟାଟା ମ୍ୟାଜିକ ୨୦ ଫୁଟ୍ ତଳକୁ ନୟନଜୋଡିକୁ ଖସି ପଡ଼ିଥିଲା।

ଗୁରୁତର ଅବସ୍ଥାରେ ରବିନ୍ଦ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରଥମେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ବସ୍ତା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Balasore Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe