Advertisment

ଷ୍ଟପ୍ ବୋର୍ଡ ଭାଙ୍ଗି ମାଡ଼ି ଆସିଲା ଗୋରୁ ବୋଝେଇ ଗାଡ଼ି; ଅଳ୍ପକେ ବର୍ତ୍ତିଲେ ଏଏସଆଇ

ଜୀବନ ବଞ୍ଚାଇବାକୁ ଯାଇ ଏଏସଆଇ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଡେଇଁ ପଡ଼ିଥିଲେ।

author-image
Tapaswini Nayak
Accident

Accident

ଗୋରୁ ବୋଝେଇ ଗାଡ଼ି କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲେ ଏଏସଆଇ। ଷ୍ଟପ୍ ବୋର୍ଡ ଭାଙ୍ଗି ଏଏସଆଇଙ୍କ ଆଡକୁ ମାଡ଼ି ଆସିଲା ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ପୁଲିସ ବାବୁ। ଭଦ୍ରକ ଜିଲ୍ଲା ତିହିଡି ଥାନା ସମ୍ମୁଖସ୍ଥ ରାଜ୍ୟ ରାଜପଥରେ ଏହି ଘଟଣା ଘଟିଛି।

Advertisment

ଗତ ମଙ୍ଗଳବାର ରାତି ପ୍ରାୟ ୮ଟା ୩୦ ସମୟର ଏକ ଗୋରୁ ବୋଝେଇ ଗାଡ଼ି ଚାନ୍ଦବାଲିରୁ ବାହାରି ତିହିଡ଼ି ଥାନା ଦେଇ ଭଦ୍ରକ ଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକ କୌଣସି ସୂତ୍ରରୁ ସୂଚନା ପାଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସିଙ୍କ ସମେତ ଏଏସଆଇ କମଳାକାନ୍ତ ଶତପଥି ଓ ଅନ୍ୟମାନେ ସମସ୍ତେ ଥାନା ସମ୍ମୁଖରେ ଉକ୍ତ ଗାଡିକୁ ଅଟକାଇବା ପାଇଁ ଯୋଜନା କରିଥିଲେ। ଥାନାରେ ଥିବା ଦୁଇଟି ଷ୍ଟପ୍ ବୋର୍ଡ ରାସ୍ତା ଉପରେ ଲଗାଇ ଚେକିଂ  କରାଯାଇଥିଲା।

ଚେକିଂ ଚାଲିଥିବା ବେଳେ ଏକ ନମ୍ବର ବିହୀନ ଧଳା ରଙ୍ଗର ପିକ୍‌ଅପ୍ ଭ୍ୟାନ ତିହିଡି ବଜାରରୁ ଆଡୁ ଆସୁଥିବା ଏଏସଆଇ କମଳାକାନ୍ତ ଶତପଥି ଦେଖିଥିଲେ। ପରେ ରାସ୍ତାର ଡାହାଣ ପାଖରେ ଏକ ଷ୍ଟପ୍ ବୋର୍ଡ ଲଗାଇ ଗାଡ଼ିଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଗୋରୁ ବୋଝେଇ ଗାଡ଼ିଟି ଷ୍ଟପ୍ ବୋର୍ଡ ଉପରେ ମାଡ଼ି ଯାଇଥିଲା। ଜୀବନ ବଞ୍ଚାଇବାକୁ ଯାଇ ଏଏସଆଇ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଡେଇଁ ପଡ଼ିଥିଲେ। ପରେ ଗାଡ଼ିଟି ଷ୍ଟପ୍ ବୋର୍ଡ ଭାଙ୍ଗି ଗାଡ଼ିଟି ଦ୍ରୁତଗତିରେ ପଳାଇ ଯାଇଥିଲା। ଉକ୍ତ ଗାଡ଼ିକୁ ପୁଲିସ କର୍ମଚାରୀ ପିଛା କରିଥିଲେ। ହେଲେ ଗାଡ଼ି଼ଟିର କୌଣସି ସନ୍ଧାନ ପାଇ ନଥିଲା। ପୁଲିସକୁ ଚକମା ଦେଇ ଗାଡ଼ି ଖସି ଯାଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment
Bhadrak