Advertisment

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ପାଚେରି ଉପରକୁ ଚଢ଼ିଗଲା କାର୍

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ପାଚେରି ଉପରେ ଚଢ଼ିଗଲା କାର୍। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ-ବେଲପଡ଼ା ଯିବା ରାସ୍ତାର କୁର୍ଲ୍ଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ।

Advertisment

ଗତକାଲି ବିଳମ୍ବିତ ରାତିରେ କାର୍‌ଟି ଦ୍ରୁତ ଗତିରେ ଆସି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ପରେ କାର୍‌ଟି ପାଚେରି ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ପରେ ଡ୍ରାଇଭରକୁ ସୁରକ୍ଷିତ୍ ଉଦ୍ଧାର କରାଯାଇଥିଲା। ଏବେବି କାର୍‌ଟି ପାଚେରି ଉପରେ ଝୁଲି ରହିଛି।

ତେବେ କିପରି ଏପରି ଦୁର୍ଘଟଣା ଘଟିଲା, ଡ୍ରାଇଭର ନିଶାସକ୍ତ ଥିଲେ ନା ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।

Advertisment
Road Accident Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe