Advertisment

ପୋଲ ଉପରେ ଝୁଲି ରହିଛି ମେଲୋଡି ପାର୍ଟି ଗାଡ଼ି

କହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ପୋଲ ଉପରେ ଝୁଲି ରହିଛି ମେଲୋଡି ପାର୍ଟି ଗାଡ଼ି। ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ କଳାକାର। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପୋଡ଼ଛାପର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ଭୋର ୩ଟା ସମୟରେ କଳାକାରମାନେ ପଦ୍ମପୁରରୁ ପୋଗ୍ରାମ ସାରି କଳାହାଣ୍ଡି ଜିଲ୍ଲା ଉତ୍କେଲା ଫେରୁଥିଲେ। ଏହି ସମୟରେ ପାଟଣାଗଡ଼-ବେଲପଡା ରାସ୍ତାର ପୋଡ଼ଛାପର ଗାଁ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ପୋଲ ଉପରକୁ ଚଢିଯାଇଥିଲା।

ପରେ ଗାଡ଼ିଟି ପୋଲ ଉପରେ ଝୁଲି ରହିଥିଲା। ଗାଡ଼ିରେ ଥିବା ୨୦ରୁ ଅଧିକ କଳାକାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ। କହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

Advertisment
Road Accident Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe