Advertisment

ଚା' ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର

ସ୍ଥାନୀୟ ଲୋକେ ଡ୍ରାଇଭରକୁ ଅଟକ ରଖି ପୁଲିସ ଜିମାରେ ଦେଇଛନ୍ତି।

Accident

Accident

Advertisment

ଭାରସାମ୍ୟ ହରାଇ ଚା’ ଦୋକାନ ଭିତରକୁ ମାଡ଼ିଗଲା ଟ୍ରାକ୍ଟର। ଅଳ୍ପକେ ବର୍ତ୍ତିଗଲେ ଦୋକାନୀ ଓ ଗ୍ରାହକ। କଟକ ସେଲଟର ଛକରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ସକାଳେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଆସି ଚା’ ଦୋକାନ ଭିତରକୁ ପଶି ଯାଇଥିଲା। ଏହି ସମୟରେ ଦୋକାନୀ ବାହାରେ ଥିଲେ। ଫଳରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୋକାନୀ। ହେଲେ ଚା’ ଦୋକାନ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

ସ୍ଥାନୀୟ ଲୋକେ ଡ୍ରାଇଭରକୁ ଅଟକ ରଖି ପୁଲିସ ଜିମାରେ ଦେଇଛନ୍ତି। ପୁଲିସ ଗାଡ଼ି ସହ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Road Accident Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe