Advertisment

କନେଷ୍ଟବଳଙ୍କ ଉପରେ ମାଡ଼ିଗଲା ହାଇୱା

ପୁଲିସ ଗୁରୁତର ଅବସ୍ଥାରେ କନଷ୍ଟେବଳଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ଅଦ୍ୟତନ ହୋଇଛି
Road accident

Road accident

Advertisment

ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରିଲା ବେଳେ କନେଷ୍ଟବଳଙ୍କ ଉପରେ ମାଡ଼ିଗଲା ହାଇୱା। ଦୁର୍ଘଟଣାରେ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ କଟକ ଜୁଡିସିଆଲ ଏକାଡେମୀ ଛକ ନିକଟରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Advertisment

ଗୁରୁତର କନେଷ୍ଟବଳ ଜଣଙ୍କ ହେଲେ ରେଗେଇ ମାରାଣ୍ଡି। ରେଗେଇ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଫାଣ୍ଡିରେ କନେଷ୍ଟବଳ ଭାବରେ କାର୍ଯ୍ୟ କରନ୍ତି।

ଆଜି ସକାଳେ ରେଗେଇ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ କଟକ ଜୁଡିସିଆଲ ଏକାଡେମୀ ଛକ ନିକଟରେ ରେଗେଇଙ୍କୁ ପ୍ରଥମେ ହାଇୱା ଧକ୍କା ଦେଇଥିଲା। କନଷ୍ଟେବଳ ତଳେ ଛିଟିକି ପଡ଼ିଥିଲେ। ଏହି ସମୟରେ ହାଇୱାଟି ତାଙ୍କ ଗୋଡ଼ ଉପରେ ମାଡ଼ି ଯାଇଥିଲା।

Advertisment

ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ପୁଲିସ ଗୁରୁତର ଅବସ୍ଥାରେ କନଷ୍ଟେବଳଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହାସହ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe