Advertisment

ଓଭରବ୍ରିଜ ତଳକୁ ଖସିଲା ଟ୍ରକ୍

ଆଜି ସକାଳେ ଟ୍ରକ୍‌ଟି ଡୁବୁରୀରୁ ତାଳଚେର ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଭାରସାମ୍ୟ ହରାଇ ଓଭର ବ୍ରିଜ ତଳକୁ ଖସିଲା ଟ୍ରକ୍। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ନମ୍ବର ଜାତୀୟ ରାଜପଥର ସିଆରିମାଳିଆ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଡ୍ରାଇଭର ଜଣଙ୍କ ଅନୁଗୁଳ ଅଂଚଳର ଯଶୋବନ୍ତ ସାହୁ।

ଆଜି ସକାଳେ ଟ୍ରକ୍‌ଟି ଡୁବୁରୀରୁ ତାଳଚେର ଅଭିମୁଖେ ଯାଉଥିଲା। ଏହି ସମୟରେ ୫୩ନମ୍ବର ଜାତୀୟ ରାଜପଥର ସିଆରିମାଳିଆ ନିକଟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିଥିଲା। ଟ୍ରକ୍ ଡ୍ରାଇଭର ଗାଡ଼ି ଭିତରେ ପଶି ରହିଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ଯଶୋବନ୍ତଙ୍କୁ ଗୁରୁତର ଅବସ୍ଥାରେ ଟ୍ରକରୁ ଉଦ୍ଧାର କରି ଡାକ୍ତାଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe