Advertisment

ରାସ୍ତାକଡ଼କୁ ଓଲଟିଲା ମାଲ ବୋଝେଇ ଟ୍ରକ

ଆଜି ସକାଳେ ମାଲ ବୋଝେଇ ଟ୍ରକ୍‌ଟି ତେଲେଙ୍ଗାନାରୁ‌ ଖଲ୍ଲିକୋଟ ଅଭିମୁଖେ ଆସୁଥିଲା

Road Accident

Road Accident

Advertisment

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ମାଲ ବୋଝେଇ ଟ୍ରକ। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଡଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଟ୍ରକ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ମାଲ ବୋଝେଇ ଟ୍ରକ୍‌ଟି ତେଲେଙ୍ଗାନାରୁ‌ ଖଲ୍ଲିକୋଟ ଅଭିମୁଖେ ଆସୁଥିଲା। ବଡଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। କ୍ୟାବିନରେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ।

ପୁଲିସ ପହଞ୍ଚି କ୍ୟାବିନକୁ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Road Accident Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe