Advertisment

ଡିଭାଇଡରରେ ପିଟି ହେଲା ବସ୍‌; ଅଳ୍ପକେ ବର୍ତ୍ତିଲେ ୨୦ ପୁଲିସ କର୍ମଚାରୀ

ଆଜି ସକାଳେ ପୁଲିସ କର୍ମଚାରୀମାନେ ନିର୍ବାଚନ ଡ୍ୟୁଟି ସାରି ଏକ ବସ୍‌ରେ ଭଞ୍ଜନଗରରୁ ଛତ୍ରପୁର ଫେରୁଥିଲେ।

ଅଦ୍ୟତନ ହୋଇଛି
Road accident

Road accident

Advertisment

ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ବସ୍‌। ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ୨୦ ଜଣ ପୁଲିସ କର୍ମଚାରୀ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ପୁଲିସ କର୍ମଚାରୀମାନେ ନିର୍ବାଚନ ଡ୍ୟୁଟି ସାରି ଏକ ବସ୍‌ରେ ଭଞ୍ଜନଗରରୁ ଛତ୍ରପୁର ଫେରୁଥିଲେ। ଡିଆରଡିଏ ଛକ ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହୋଇଯାଇଥିଲା। ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ୨୦ ଜଣ ପୁଲିସ କର୍ମଚାରୀ ବର୍ତ୍ତି ଯାଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ଜଣେ ଆହତ ହୋଇଛନ୍ତି। 

ଅନ୍ୟପକ୍ଷରେ ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Ganjam Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe