/odisha-reporter/media/post_attachments/uploadimage/library/16_9/16_9_0/Accident_1704789104.jpg)
Accident
ରୋଗୀ ନେଇ ଯାଉଥିବା ବେଳେ ଟ୍ରାକ୍ଟର ସହ ମହାଁମୁହିଁ ଧକ୍କା ହେଲା ଆମ୍ବୁଲାନ୍ସ। ପରେ ରାସ୍ତାକଡ଼କୁ ଓଲଟି ପଡ଼ିଲା। ଝାରସୁଗୁଡ଼ା ଜିଲ୍ଲା ଜାତୀୟ ରାଜପଥ ୪୯ର ସଦର ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ଆମ୍ବୁଲାନ୍ସଟି ଲଖନପୁରରୁ ରୋଗୀ ନେଇ ଜିଲ୍ଲା ଡାକ୍ତରଖାନାକୁ ଆସୁଥିଲା। ଏହି ସମୟରେ ବ୍ରଜରାଜନଗର ଜାତୀୟ ରାଜପଥର ସଦର ଥାନା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଆମ୍ବୁଲାନ୍ସଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ରୋଗୀ ଗୁରୁତର ଆହତ ହୋଇଥିଲେ।
ଏହାସହ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଲିସ ଆମ୍ବୁଲାନ୍ସ ଓ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
