Advertisment

ମଇଁଷିକୁ ଧକ୍କା ଦେଇ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍

ଦୁର୍ଘଟଣାରେ ମଇଁଷିର ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Road accident

Road accident

Advertisment

ମଇଁଷିକୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ। ଦୁର୍ଘଟଣାରେ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ନିକଟ ୫୯ ନମ୍ବର ଜାତୀୟ ରାଜପଥର ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ୍ରାଇଭର ଜଣଙ୍କ ରାଇକିଆ ପଞ୍ଚାୟତ ସାହିର ଗନ୍ଧର୍ବ ଦିଗାଲ ବୋଲି ଜଣାଯାଇଛି।

ଆଜି ସକାଳେ ମୋବାଇଲ ଟାୱାର ଲୁହା ଯନ୍ତ୍ରାଂଶ ନେଇ ଟ୍ରକଟି ଭବାନୀପାଟଣାରୁ ରାଇକିଆ ଅଭିମୁଖେ ଆସୁଥିଲା। ଏହି ସମୟରେ ଟ୍ରକଟି ଭାରସାମ୍ୟ ହରାଇ ମଇଁଷିକୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Road Accident Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe