Advertisment

ନଦୀକୁ ଖସିପଡ଼ିଲା ମହାପ୍ରୟାଣ ଗାଡ଼ି

ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Road Accident

Road Accident

Advertisment

ଭାରାସାମ୍ୟ ହରାଇ ନଦୀକୁ ଖସିପଡ଼ିଲା ମହାପ୍ରୟାଣ ଗାଡ଼ି। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଡ୍ରାଇଭର। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ତେଲିମୁଣ୍ଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ମହାପ୍ରୟାଣ ଗାଡିଟି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଶବକୁ ନେଇ ବାଲିଗୁଡା ବ୍ଲକର ବାଟାଗୁଡ଼ା ଗାଁକୁ ଯାଇଥିଲା। ଶବ ଛାଡି ଫେରିବା ସମୟରେ ତେଲିମୁଣ୍ଡା ଛକ ନିକଟରେ ଗାଡ଼ିଟି ଭରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଥିଲା। ତେବେ ସେହି ସମୟରେ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିଲେ।

ଗାଡ଼ିଟି ନଦୀକୁ ଖସିବା ଦେଖି ସେ ଡିଆଁ ମାରି ଦେଇଥିଲେ। ନଦୀ ଭିତରୁ ଡ୍ରାଭରକୁ ଉଦ୍ଧାର କରିଥିଲେ। ଡ୍ରାଇଭରର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe