Advertisment

ଲୁହା ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍‌

ସାଇଁକୁଳ ଫାଣ୍ଡି ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
Accident

Accident

ଲୁହା ବୋଝେଇ ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ। କେନ୍ଦୁଝର ଜିଲ୍ଲା ଏନ୍‌ଏଚ୍‌ ୨୦ ଖଲଣା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଲୁହା ବୋଝେଇ ଟ୍ରକଟି ଯାଜପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ବୀପରିତ ଦିଗରୁ ଏକ ବସ୍‌ଟି ଆସି ଟ୍ରକ୍‌କୁ ଧକ୍କା ଦେଇଥିଲା। ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଯାଇଥିଲା। ହେଲେ ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କର କିଛି ହୋଇନଥିଲା। ହେଲେ ବସ୍‌ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଥିଲା।

ସାଇଁକୁଳ ଫାଣ୍ଡି ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Accident Kendujhar