/odisha-reporter/media/post_attachments/uploadimage/library/16_9/16_9_0/Accident_1721365392.jpg)
Accident
କୋରାପୁଟ ଜିଲ୍ଲା ବିଶାଖାପାଟଣା ୨୬ନଂ ଜାତୀୟ ରାଜପଥରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ମିକ୍ସର ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରର କିଛି କ୍ଷତି ହୋଇନାହିଁ।
Advertisment
ଟ୍ୟାଙ୍କରଟି ରାସ୍ତା ଉପରେ ଓଲଟି ପଡ଼ିବାରୁ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମଟର ଅଟକି ରହିଛି। ଡ୍ରେନ ସାହାଯ୍ୟରେ ଟ୍ୟାଙ୍କରଟି ଉଠାଇ ଗାଡ଼ି ଚଳାଚଳ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି। କୋରାପୁଟ ଓ ସୁନାବେଡା ପୁଲିସ ସ୍ଥିତି ଉପରେ ନଜର ରଖିଛନ୍ତି।
ସିମେଣ୍ଟ ମିକ୍ସର ଟ୍ୟାଙ୍କରଟି କୌଣସି କାମରେ ନିୟୋଜିତ ହେବାକୁ ଯାଉଥିଲା। ବିଶାଖାପାଟଣା ୨୬ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
