Advertisment

ରାସ୍ତା ଉପରେ ଓଲଟିଲା ଟ୍ୟାଙ୍କର; ଗାଡ଼ି ଚଳାଚଳ ଠପ୍

ଟ୍ୟାଙ୍କରଟି ରାସ୍ତା ଉପରେ ଓଲଟି ପଡ଼ିବାରୁ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

କୋରାପୁଟ ଜିଲ୍ଲା ବିଶାଖାପାଟଣା ୨୬ନଂ ଜାତୀୟ ରାଜପଥରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ମିକ୍ସର ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରର କିଛି କ୍ଷତି ହୋଇନାହିଁ।

Advertisment

ଟ୍ୟାଙ୍କରଟି ରାସ୍ତା ଉପରେ ଓଲଟି ପଡ଼ିବାରୁ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମଟର ଅଟକି ରହିଛି। ଡ୍ରେନ ସାହାଯ୍ୟରେ ଟ୍ୟାଙ୍କରଟି ଉଠାଇ ଗାଡ଼ି ଚଳାଚଳ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି। କୋରାପୁଟ ଓ ସୁନାବେଡା ପୁଲିସ ସ୍ଥିତି ଉପରେ ନଜର ରଖିଛନ୍ତି।

ସିମେଣ୍ଟ ମିକ୍ସର ଟ୍ୟାଙ୍କରଟି କୌଣସି କାମରେ ନିୟୋଜିତ ହେବାକୁ ଯାଉଥିଲା। ବିଶାଖାପାଟଣା ୨୬ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Advertisment
Road Accident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe