Advertisment

ବ୍ରେକଫେଲ୍ ହୋଇଗଲା; ୩୦ଫୁଟ୍‌ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍‌

ଆଜି ସକାଳେ ସିମେଣ୍ଟ ବୋଝେଇ ଟ୍ରକଟି ହାଇଦ୍ରାବାଦରୁ ଦଶପଲ୍ଲା ଅଭିମୁଖେ ଆସୁଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବ୍ରେକ୍ ଫେଲ୍ ହୋଇଯିବାରୁ ବ୍ରିଜର ୩୦ଫୁଟ ତଳକୁ ଭାରସାମ୍ୟ ହରାଇ ଖସିପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସାକେଣୀ ଗାଁ ନିକଟରେ। ସୌଭାଗ୍ୟବଶତଃ ଏତେବଡ଼ ଦୁର୍ଘଟଣାରୁ ଡ୍ରାଇଭର ଜଣଙ୍କ ବର୍ତ୍ତି ଯାଇଛନ୍ତି। ଡ୍ରାଇଭରଙ୍କ ଘର ବିଶାଖାପାଟଣାର। ତାଙ୍କ ନାଁ ଏଲ୍ ସୁରେଶ।

Advertisment

ଆଜି ସକାଳେ ସିମେଣ୍ଟ ବୋଝେଇ ଟ୍ରକଟି ହାଇଦ୍ରାବାଦରୁ ଦଶପଲ୍ଲା ଅଭିମୁଖେ ଆସୁଥିଲା। ଏହି ସମୟରେ ବାଟରେ ସିମେଣ୍ଟ ବୋଝେଇ ଟ୍ରକର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜର ୩୦ଫୁଟ୍‌ର ତଳକୁ ଖସି ପଡ଼ିଥିଲା। ଏହି ସମୟରେ ଡ୍ରାଇଭରଟି ନିଜ ଜୀବନ ବଞ୍ଚାଇବା ପାଇଁ ତଳକୁ ଡିଆଁ ମାରି ଦେଇଥିଲେ। ଦୁର୍ଘଟଣାରେ ଗାଡ଼ିଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଦୁର୍ଘଟଣା ଘଟିଥିବା ସ୍ଥାନରେ ସୂଚନା ଫଳକ ନାହିଁ। ଏଥିପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି। ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment
Roadaccident Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe