Advertisment

ମହିଳା ସଫେଇ କର୍ମଚାରୀଙ୍କ ଗୋଡ଼ ଉପରେ ଚଢ଼ିଗଲା ଟ୍ରକ୍

ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
Road accident

Road accident

ମହିଳା ସଫେଇ କର୍ମଚାରୀଙ୍କ ଗୋଡ଼ ଉପରେ ଚଢ଼ିଗଲା ଟ୍ରକ୍। ସମ୍ବଲପୁର ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ସଫେଇ କର୍ମଚାରୀ କିଶୋରି ବେହେରାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Advertisment

ଆଜି ସକାଳେ କିଶୋରି ଭୀମଭୋଇ ଛକରେ ଝାଡ଼ୁ ମାରୁଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ପରେ କିଶୋରି ତଳେ ପଡ଼ି ଯାଇଥିଲେ। ଟ୍ରକଟି ତାଙ୍କ ଗୋଡ଼ ଉପରେ ମାଡ଼ି ଯାଇଥିଲା।  ସ୍ଥାନୀୟ ଲୋକେ ଆହତ ସ‍ଫେଇ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରତର ହେବାରୁ ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

Sambalpur Road Accident