Advertisment

ମହାନଦୀ ବ୍ରିଜ ଉପରେ ଫାଟିଗଲା ଟ୍ରକର ଚକା; ତା’ପରେ...

ଗତକାଲି ବିଳମ୍ବିତ ରାତିରେ ଡିଜେଲ ବୋଝେଇ ଟ୍ରକଟି ଟିଟିଲାଗଡରୁ ସମ୍ବଲପୁର ଅଭିମୁଖେ ଯାଉଥିଲା।

Road accident

Road accident

Advertisment

ମହାନଦୀ ବ୍ରିଜ ଉପରେ ଫାଟିଗଲା ଟ୍ରକର ଚକା। ଭାରସାମ୍ୟ ହରାଇ ସେତୁର ଫୁଟପାତ ପିଟିହେଲା ଗାଡ଼ି। ଏକ ବଡ଼ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ଚାଳକ। ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ସେତୁ ଉପରେ ଏହି ଦୁର୍ଘଟଣା ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଡିଜେଲ ବୋଝେଇ ଟ୍ରକଟି ଟିଟିଲାଗଡରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ମହାନଦୀ ସେତୁ ଉପରେ ହଠାତ୍ ଟ୍ରକର ସମ୍ମୁଖ ଭାଗର ଦୁଇ ଗୋଟି ଚକା ଫାଟି ଯାଇଥିଲା। ଫଳରେ ଟ୍ରକଟି ସେତୁର ଫୁଟପାତରେ ବାଡେଇ ହୋଇଯାଇଥିଲା। ଟ୍ରକ ଚାଳକ ମହାନଦୀ ସେତୁ ଭିତରକୁ ଛିଟିକି ପଡିଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକୁ ଉଦ୍ଧାର କରିଥିଲା। ।

ଦୁର୍ଘଟଣଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଟ୍ରକ ଚାଳକ ମହାନଦୀ ସେତୁ ଭିତରକୁ ଛିଟିକି ପଡିଥିଲେ । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ଟ୍ରକ ଚାଳକୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ଚାଳକ ଜଣକ ସାମାନ୍ୟ ଆହତ ହୋଇଛନ୍ତି।ଟ୍ରକ ଡାଇଭର ଜଣକ ସମ୍ବଲପୁର ର ଧର୍ମୁ ମହାନନ୍ଦ ବୋଲି ଜଣାପଡିଛି। ସୋନପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Road Accident Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe