Advertisment

ଧକ୍କା ହେବା ପରେ ଘାଟି ତଳକୁ ଖସିଲେ ହାଇୱା ଓ ଟ୍ରକ୍‌

ଆଜି ସକାଳେ ହାଇୱାଟି ଲୁହା ବୋଝେଇ କରି ଯାଉଥିବା ବେଳେ ଚୁନାଘାଟିରେ ଏକ ଟ୍ରକ୍‌ ଆସି ପଛରୁ ଧକ୍କା ଦେଇଥିଲା।

author-image
Tapaswini Nayak
Accident

Accident

ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ଟ୍ରକଟି ପଛରୁ ଧକ୍କା ଦେବାରୁ ଉଭୟ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଛନ୍ତି। ଦୁର୍ଘଟଣାରେ ହାଇୱା ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ହାଇୱାଟି ଲୁହା ବୋଝେଇ କରି ଯାଉଥିବା ବେଳେ ଚୁନାଘାଟିରେ ଏକ ଟ୍ରକ୍‌ ଆସି ପଛରୁ ଧକ୍କା ଦେଇଥିଲା। ପରେ ହାଇୱା ଓ ଟ୍ରକ୍‌ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲେ। ଟ୍ରକ୍ ଡ୍ରାଇଭର ଗାଡ଼ିଟି ଘାଟି ତଳକୁ ଖସିବାବେଳେ ଡେଇଁ ପଡ଼ିଥିବା ବେଳେ ହାଇୱା ଡ୍ରାଇଭର କ୍ୟାବିନ ଭିତରେ ଚାପି ହୋଇଯାଇଥିଲେ।

ଅଗ୍ନିଶମ ମହିନୀ ପହଞ୍ଚି କ୍ୟାବିନକୁ କଟରରେ ହାଇୱା ଡ୍ରାଇଭରକୁ ଭିତରୁ ବାହାର କରିଥିଲେ। ପ୍ରଥମେ ତାଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚାଳକଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ପୁଲିସ ୨ଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Road Accident Sudargarh