/odisha-reporter/media/post_attachments/uploadimage/library/16_9/16_9_0/IMAGE_1702706122.jpg)
Road accident
ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଇନ୍ଦରପୁର ଗାଁ ନିକଟ ଏନଏଚ ୧୪୩ରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତ ବାଇକ୍ ଚାଳକଙ୍କୁ ଉଦ୍ଧାର କରାଯାଇ ରାଉରକେଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।
Advertisment
ଆଜି ସକାଳେ ଏନଏଚ ୧୪୩ରେ ଟ୍ରକ୍ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକଟି ବାଇକ୍ ଧକ୍କା ହେବା ବାଇକ୍ ଆରୋହୀ ଅନ୍ୟତ୍ର ଛିଟିକି ପଡ଼ିଥିଲେ। ପରେ ଟ୍ରକଟି ବାଇକ୍ ଉପରେ ମାଡ଼ି ଯାଇଥିଲା। ଗୁରୁତର ବାଇକ ଚାଳକଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପୁଲିସ ବାଇକ ଓ ଟ୍ରକକୁ ଜବଦ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
