Advertisment

ମହିଳା ଓ ଦୁଇ ଦୋକାନକୁ ଧକ୍କା ଦେଇ ଘର ଉପରେ ମାଡ଼ିଗଲା ତେଲ ଟ୍ୟାଙ୍କର

ଏହି ମର୍ମନ୍ତୁଦ ଦୁର୍ଘଟଣା ସିସିଟିଭି କଏଦ ହୋଇଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road accident

Road accident

ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଛକରେ ଗତକାଲି ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି। ଏକ ତେଲ ଟ୍ୟାଙ୍କର ଦ୍ରୁତ ଗତିରେ ଆସି ପ୍ରଥମେ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା। ପରେ କୁଆରମୁଣ୍ଡା ଛକରେ ଦୁଇଟି ଦୋକାନକୁ ଧକ୍କା ଦେଇ ଏକ ଘର ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ଡାକ୍ତରକାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ତେଲ ଟ୍ୟାଙ୍କରଟି ଝାଡଖଣ୍ଡରୁ ରାଉରକେଲା ଅଭିମୁଖେ ଯାଉଥିଲା। ଏହି ସମୟରେ କୁଆରମୁଣ୍ଡା ଛକରେ ଏହି ଦୁର୍ଘଟଣ ଘଟିଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲା। 

ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ସିସିଟିଭି କଏଦ ହୋଇଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment
Road Accident Sudargarh