Advertisment

ପଥର ବ୍ଲାଷ୍ଟିଂ ବେଳେ ଦାଦାଙ୍କ ମୃତ୍ୟୁ; ୨ ପୁତୁରା ମେଡିକାଲ୍‌ରେ

ତାମିଲନାଡୁର କାଲାକୁଚି ଜିଲ୍ଲା ପାଶାର ଗାଁର ଗୋବିନ୍ଦ କାଇଲୁ ଓ ତାଙ୍କ ଦୁଇ ପୁତୁରା ଏ. କୁମାର ଏବଂ ଏ. ଜୟ ପ୍ରକାଶ ପାଣ୍ଡିଆପଥର ଗାଁରେ ଥିବା ପଥର କ୍ୱାରୀରେ କାମ କରୁଥିଲେ। ସେହି ସମୟରେ ବ୍ଲାଷ୍ଟିଂ କରାଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Hill

Hill

ପାହାଡ଼ରେ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ମାଡ଼ରେ ଦାଦାଙ୍କ ମୃତ୍ୟୁ ଘଟିଥିବା ଦୁଇ ପୁତୁରା ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡରେ ଘଟିଛି। ମୃତକ ଓ ଆହତଙ୍କ ଘର ତାମିଲ୍‌ନାଡୁରେ।

Advertisment

ତାମିଲନାଡୁର କାଲାକୁଚି ଜିଲ୍ଲା ପାଶାର ଗାଁର ଗୋବିନ୍ଦ କାଇଲୁ ଓ ତାଙ୍କ ଦୁଇ ପୁତୁରା ଏ. କୁମାର ଏବଂ ଏ. ଜୟ ପ୍ରକାଶ ପାଣ୍ଡିଆପଥର ଗାଁରେ ଥିବା ପଥର କ୍ୱାରୀରେ କାମ କରୁଥିଲେ। ସେହି ସମୟରେ ବ୍ଲାଷ୍ଟିଂ କରାଯାଇଥିଲା। ଆଉ ସେଇଥିରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ବେଳେ ପଥର ଖଣ୍ଡ ମାଡ଼ରେ ଦୁଇ ପୁତୁରା ଗୁରୁତର ଆହତ ହୋଇଥିଲେ। କୋଟିନଡା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଦୁଇ ଆହତଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ମିଳିଥିବା ସୂଚନା ଅନୁସାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି।

ସୂଚନାରୁ ପ୍ରକାଶ, ଏହି ପଥରକ୍ୱାରୀଟି କୁଆଡେ ବେଆଇନ ଭାବେ ଚାଲୁଥିଲା। ଏକ ଘରୋଇ ଠିକା ସଂସ୍ଥା ଆର୍‌ସିଏନ୍‌ କ୍ୱାରୀ ଚଳାଉଥିବା ଅଭିଯୋଗ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଦୀର୍ଘ ଦିନ ଧରି ବେଆଇନ୍‌ ଭାବେ ପଥର ଖାଦାନ ଚାଲିଥିବା ବେଳେ ପ୍ରଶାସନ ପାଖରେ କେମିତି ଖବର ନାହିଁ? ବନ ବିଭାଗ କଣ କରୁଥିଲା?

Advertisment

ରିପୋର୍ଟ- ଆସିକାରୁ ମନୋଜ ମୁନୀ

Ganjam Accident