Advertisment

Accident: ଲାଇଟ୍‌ ଖୁଣ୍ଟକୁ ପିଟିଲା କାର, ଦୁଇ ବାଇକ ମୁହାଁମୁହିଁ ଧକ୍କା

ଦ୍ରୁତ ଗତିରେ ଯାଉଥିବା ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଉଭୟ ଗାଡ଼ିରେ ଥିବା ବାଇକ ଆରୋହୀମାନେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୀରମହାରାଜପୁର ଡାକ୍ତରଖାନକୁ ନେଇଥିଲେ।

author-image
Jitendra Garnayak
Car

ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।   

Advertisment

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ଆମରପାଲି ରାସ୍ତାର ମୁର୍ଷୁଣ୍ଢୀ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। 

ମୃତକ ଜଣକ ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅରଖକୁଦ ଗାଁର କୃଷ୍ଣଚନ୍ଦ୍ର ପ୍ରଧାନ। ଗରୁତରମାନେ ହେଲେ ଅରଖକୁଦ ଗାଁର ସରୋଜ କୁମାର ପ୍ରଧାନ ଏବଂ ମୁର୍ଷୁଣ୍ଢୀ ଗାଁର ଶିବ ପ୍ରସାଦ ଜଗଦଲା l

Advertisment

ଦ୍ରୁତ ଗତିରେ ଯାଉଥିବା ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଉଭୟ ଗାଡ଼ିରେ ଥିବା ବାଇକ ଆରୋହୀମାନେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୀରମହାରାଜପୁର ଡାକ୍ତରଖାନକୁ ନେଇଥିଲେ। ହେଲେ ଡାକ୍ତରଖାନରେ କୃଷ୍ଣଚନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ସେହିଭଳି ପ୍ରାଥମିକ ଚିକିତ୍ସା ପରେ ଦୁଇ ଗୁରୁତରଙ୍କ ମଧ୍ୟରୁ ଶିବ ପ୍ରସାଦଙ୍କୁ ବୁର୍ଲା ସ୍ଥାନାନ୍ତରଣ କରାଯାଇଥିଲା। ବୀରମହାରାଜପୁର ପୁଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। 

ଅନ୍ୟପକ୍ଷରେ ପୁରୀ ଜିଲ୍ଲା ତେଇଶପୁର ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଏହା ଭାରସାମ୍ୟ ହରାଇ ଏକ ଲାଇଟ୍ ଖୁଣ୍ଟରେ ପିଟି ହୋଇଥିଲା। ଏଥିରେ କାରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।