Advertisment

ନିର୍ମାଣାଧୀନ ହୋଟେଲର ଛାତ ଭୁଶୁଡ଼ି ଜଣେ ମୃତ, ୨ ଗୁରୁତର

ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଦୁଇଟି ଯାକ ହାତ କଟି ଯାଇଛି।

ଅଦ୍ୟତନ ହୋଇଛି
Hotel

Hotel

Advertisment

ଢେଙ୍କାନାଳ ସହରର ମହିଷାପାଟରେ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଘଟିଛି ବଡ଼ ଧରଣର ଅଘଟଣ। ଏକ ନିର୍ମାଣାଧୀନ ୫ ମହଲା ବିଶିଷ୍ଟ ହୋଟେଲ କୋଠାର ପୋର୍ଟିକର ଛାତ ପଡ଼ୁଥିବା ବେଳେ ତାହା ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଭଗ୍ନାବଶେଷ ତଳେ ଆହୁରି ତିନି/ଚାରି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି।

Advertisment

ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଦୁଇଟି ଯାକ ହାତ କଟି ଯାଇଛି। ଡାହାଣ ହାତଟି କହୁଣୀ ପାଖରୁ କଟି ଯାଇଥିବା ବେଳେ ବାମ ହାତଟି ପାପୁଲି ପାଖରୁ କଟି ଯାଇଛି। ଉଭୟଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

୬ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ। ଉଦ୍ଧାର କାର୍ଯ୍ୟରେ ୧୨ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଥିଲେ। ସେମାନଙ୍କ ସହିତ ଏନ୍‌ଡିଆର୍‌ଏଫ୍ ଓ ଓଡ୍ରାଫର ବି ଗୋଟିଏ ଟିମ୍ ନିୟୋଜିତ ହୋଇଥିଲେ। ଦୁଇଟି ଜେସିବି ଓ ଗୋଟିଏ ହାଇଡ୍ରା ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିଲେ। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଜିଲ୍ଲାପାଳ ଓ ଏସପି ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି। କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ତାର ତଦନ୍ତ କରାଯିବ ଓ ନିମ୍ନମାନର କାମ ହୋଇଥିବା ଜଣାପଡ଼ିଲେ ଦୋଷୀଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପ-ଜିଲ୍ଲାପାଳ।

Advertisment

ସୂଚନାଯୋଗ୍ୟ, ପୋର୍ଟିକର ଛାତ ସହିତ ଏହାର ୪ଟି ବଡ଼ ବଡ଼ (ପ୍ରାୟ ୪୦/୫୦ ଫୁଟ୍‌) ପିଲାର ମଧ୍ୟ ଭାଙ୍ଗି ଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe