Advertisment

ଘର ଭିତରେ ବାଣ ବିସ୍ଫୋରଣ: ଜଣେ ମୃତ, ୨ ଗୁରୁତର

ବାଣ ବିସ୍ଫୋରଣ ହେବାରୁ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ କମ୍ପି ଯାଇଥିଲା।

Cracker Blast

Cracker Blast

Advertisment

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଜଗତିସାହିରେ ଆଜି ସନ୍ଧ୍ୟାରେ ଏକ ଘରେ ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ବେଗୁନିଆପଡ଼ା ଜଗତିସାହିର ରାଜୁ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ ତାଙ୍କର ୨ ବନ୍ଧୁଙ୍କ ସହିତ ମିଶି ତାଙ୍କ ଘରର ଉପର ମହଲାରେ ବାଣ ଭିଡୁଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।

ବାଣ ବିସ୍ଫୋରଣ ପରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ଜିତୁ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ହେଲେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯିବ ବୋଲି ଜଣାପଡ଼ିଛି।

Advertisment

ବାଣ ବିସ୍ଫୋରଣ ହେବାରୁ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ କମ୍ପି ଯାଇଥିଲା। ଏମିତିକି ଜିତୁଙ୍କ ଘରର ତଳ ମହଲାରେ ଥିବା ପରିବାରର ୩ ଜଣ ସଦସ୍ୟ ଆହତ ହୋଇଛନ୍ତି।

ବେଗୁନିଆପଡ଼ା ପୁଲିସ୍ ଘଟଣାର ତଦନ୍ତ କରୁଛି। ସେହି ଘରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା ନା ଆଗକୁ ଦୀପାବଳି ଥିବାରୁ ବିକ୍ରି କରିବା ପାଇଁ ବାଣ ରଖାଯାଇଥିଲା ନା ଆଉ କିଛି କଥା ଥିଲା, ସେ ଦିଗରେ ଖୋଳତାଡ଼ କରୁଛି ପୁଲିସ୍।

Firecracker Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe