Accident
Advertisment
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଚଢ଼େଇଭୋଳ ଫାଣ୍ଡି ଅନ୍ତର୍ଗତ ତୁରୁମୁଙ୍ଗା ବୈତରଣୀ ପୋଲରେ ଘଟିଛି ଦୁର୍ଘଟଣା। ଏକ ସ୍କର୍ପିଓ ଭାରସାମ୍ୟ ହରାଇ ପୋଲର ଡିଭାଇଡରରେ ପିଟି ହେବା ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି।
Advertisment
ମୃତକଙ୍କ ନାଁ ଜୁଲ ଫିକ୍କର। ତାଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଗୋପୀନାଥପୁରରେ। ସେ ମୁର୍ଗାପାଟରେ ଏକ ହୋଟେଲରେ କାମ କରୁଥିଲେ।
ଜୁଲ ଫିକ୍କର ଆଜି ଯାଜପୁର ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଚଢ଼େଇଭୋଳ ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1694700152.jpg)