Advertisment

ଟ୍ରାଫିକରେ ଛିଡ଼ା ହୋଇଥିଲା କାର୍‌, ପଛରୁ ପିଟି ଦେଲା ଟ୍ରକ; ଚାଲିଗଲା ଜୀବନ

କାରରେ ୪ ଜଣ ଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

author-image
Jitendra Garnayak
Amandeep Kaur

Amandeep Kaur

ଟ୍ରାଫିକରେ ଛିଡ଼ା ହୋଇଥିଲା କାର୍‌। ପଛରୁ ଦ୍ରୁତଗତିରେ ଆସି ପିଟିଦେଲା ଟ୍ରକ। କାର ଚୁରମାର ହୋଇଯାଇଥିବା ବେଳେ ସେଥିରେ ବସିଥିବା ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୋମବାର ସକାଳେ ଦିଲ୍ଲୀର ସିଭିଲ ଲାଇନ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା।

Advertisment

ପୁଲିସ ଦେଇଥିବା ସୂଚନା ମୁତାବକ, ରେଡ୍ ଲାଇଟ୍ ଦେଖି ଟ୍ରାଫିକରେ କାର୍‌ଟି ଅଟକି ଥିଲା। ତା’ଆଗରେ ଗୋଟିଏ ଟ୍ରକ୍ ଥିଲା। ଏହି ସମୟରେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ କାର୍‌ଟିକୁ ଧକ୍କା ଦେଇଥିଲା। ଏଥିରେ ଅମନଦୀପ କୌର (୨୨) ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

କାର୍‌ ଚଲାଉଥିଲେ ହରମିନ୍ଦର ସିଂହ। ସେଥିରେ ତାଙ୍କ ମାଉସୀ ପୁଷ୍ପା ଓ ସଂପର୍କୀୟ ଭାଇଭଉଣୀ (ଅମନଦୀପ କୌର ଓ ବଣ୍ଟି) ବସିଥିଲେ। ପୁଷ୍ପା ଝିଅ ଅମନଦୀପଙ୍କ ସହିତ ପଛ ସିଟ୍‌ରେ ବସିଥିବା ବେଳେ ବଣ୍ଟି ସାମ୍ନା ସିଟ୍‌ରେ ବସିଥିଲେ। ବଣ୍ଟି ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

Advertisment

ଏହି ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା। ଦିଲ୍ଲୀ ପୁଲିସ ଟ୍ରକ୍‌କୁ ଜବତ କରି ମାମଲା ରୁଜୁ କରିଛି ଓ ଡ୍ରାଇଭରକୁ ଖୋଜୁଛି।

Accident Road Accident