Advertisment

Accident: ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ୨ ମୃତ

ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା। ଜଣେ ମୃତ, ଜଣେ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଲଛିପୁର ଥାନା ଜୁଲୁଣ୍ଡା ବଜାର ନିକଟସ୍ଥ ଲକ୍ଷ୍ମୀ ବିହାରରେ ବୁଧବାର ଘଟିଛି ଏହି ଦୁର୍ଘଟଣା।

author-image
Jitendra Garnayak
Bike ACD

ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା। ଜଣେ ମୃତ, ଜଣେ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଲଛିପୁର ଥାନା ଜୁଲୁଣ୍ଡା ବଜାର ନିକଟସ୍ଥ ଲକ୍ଷ୍ମୀ ବିହାରରେ ବୁଧବାର ଘଟିଛି ଏହି ଦୁର୍ଘଟଣା।

Advertisment

ମୃତକଙ୍କ ନାଁ ରମେଶ ସାହୁ (୩୮)। ତାଙ୍କ ଘର ପଥରଖଣ୍ଡି ଗାଁରେ। 

ରମେଶ ଓ ଅନ୍ୟ ବାଇକ୍‌ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରମେଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି I 

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ବାଇକ୍‌ ଦୁଇଟିକୁ ଜବତ କରିଛି। 

ସେହିପରି ବିନିକା ବ୍ରିଜ ଓ ବେଲପଡା ଛକରେ ପୃଥକ ପୃଥକ ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I

Advertisment

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ମୁର୍ଷୁଣ୍ଢି ରାସ୍ତାର ହିଲୁଙ୍ଗ ଛକ ନିକଟରେ ତିନିଟି ବାଇକ୍ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି, ବଡ଼ମାଳ ଗାଁର ଅଗସ୍ତି ଭୋଇ, ହିଲୁଙ୍ଗ ଗାଁର ଭଗବାନ ସେଠୀ ଓ ବଙ୍କିଆ ଗାଁର ଚନ୍ଦନ ଭୋଇ।