Advertisment

ବସ୍-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବିଶୁ ପାତ୍ରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

author-image
Jitendra Garnayak
Dead Body

Dead Body

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ଏକ ବସ ଓ ଏକ ବାଇକ ମଧ୍ୟରେ ମୁଁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।  ମୃତକଙ୍କ ନାଁ ରମେଶ ପାତ୍ର। ଗୁରୁତର ଆହତ ହୋଇଥିବେ ବ୍ୟକ୍ତିଙ୍କ ନାଁ ବିଶୁ ପାତ୍ର। ସେମାନଙ୍କ ଘର ଟେମ୍ପଲେଇ।

Advertisment

ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା ରେକୁଳା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ଟି ଢେଙ୍କାନାଳରୁ ଆସୁଥିବା ବେଳେ ଢେଙ୍କାନାଳ ଆଡ଼କୁ ଯାଉଥିବା ବାଇକ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ରମେଶ ପାତ୍ର ଓ ବିଶୁ ପାତ୍ରଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରମେଶ ପାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବିଶୁ ପାତ୍ରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। 

Advertisment

ଅନ୍ୟପକ୍ଷରେ ଦୁର୍ଘଟଣା ଘଟିବା ପରେ ବସ୍‌ଟି ଦ୍ରୁତଗତିରେ ସେଠାରୁ ପଳାଇ ଯାଇ କାମାକ୍ଷାନଗର ଥାନାରେ ଆତ୍ମସମର୍ପଣ କରିଥିଲା। 

Accident