Advertisment

ହାଇୱା ପଛରେ ପିଟି ହେଲା ଡମ୍ପର, ଜଣେ ମୃତ

ହାଇୱାଟି ଜଳେଶ୍ୱର ଅଭିମୁଖେ ଯାଉଥିବା ବେଳେ କଟିପୋଲ ନିକଟରେ ଡମ୍ପରଟି ଦ୍ରୁତଗତିରେ ଆସି ତା’ ପଛରେ ପିଟି ହୋଇଯାଇଥିଲା।

Accident

Accident

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କଟିପୋଲ ନିକଟରେ ୬୦ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଏକ ହାଇୱା ପଛରେ ଏକ ଡମ୍ପର ପିଟି ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଡମ୍ପର ଡ୍ରାଇଭର।

Advertisment

ହାଇୱାଟି ଜଳେଶ୍ୱର ଅଭିମୁଖେ ଯାଉଥିବା ବେଳେ କଟିପୋଲ ନିକଟରେ ଡମ୍ପରଟି ଦ୍ରୁତଗତିରେ ଆସି ତା’ ପଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡମ୍ପର ଡ୍ରାଇଭର ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ବସ୍ତା ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe