Advertisment

ଅସ୍ଥି ବିସର୍ଜନ କରି ଘରକୁ ଫେରୁଥିଲେ, ଗଛରେ ପିଟିହେଲା କାର

କନ୍ଧମାଳ ଜିଲ୍ଲା ସାରଙ୍ଗ ଗଡ ଅଞ୍ଚଳର ସରୋଜ ତ୍ରିପାଠୀ ଏକ କାର୍‌ରେ ଅସ୍ଥି ବିସର୍ଜନ କରିବା ପାଇଁ ଅଯୋଧ୍ୟା ଯାଇଥିଲେ। ସାଥୀରେ ଥିଲେ ପତ୍ନୀ ସୁପ୍ରିୟା ରଥ, ବାପା ଗୌର ହରି ତ୍ରିପାଠୀ, ମାଆ ପ୍ରଭାତୀ ଦେବୀ ଓ ଦୁଇ କୁନି ଝିଅ।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅସ୍ଥି ବିସର୍ଜନ କରି ଘରକୁ ଫେରୁଥିଲେ ଗୋଟିଏ ପରିବାର। ହେଲେ ଘରେ ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ଗଛରେ ପିଟିହେଲା କାର। ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୫ ଜଣ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି।

Advertisment

କନ୍ଧମାଳ ଜିଲ୍ଲା ସାରଙ୍ଗ ଗଡ ଅଞ୍ଚଳର ସରୋଜ ତ୍ରିପାଠୀ ଏକ କାର୍‌ରେ ଅସ୍ଥି ବିସର୍ଜନ କରିବା ପାଇଁ ଅଯୋଧ୍ୟା ଯାଇଥିଲେ। ସାଥୀରେ ଥିଲେ ପତ୍ନୀ ସୁପ୍ରିୟା ରଥ, ବାପା ଗୌର ହରି ତ୍ରିପାଠୀ, ମାଆ ପ୍ରଭାତୀ ଦେବୀ ଓ ଦୁଇ କୁନି ଝିଅ। ଅସ୍ତି ବିସର୍ଜନ କରି ସେମାନେ ଆଜି ଘରକୁ ଫେରୁଥିଲେ। ହେଲେ କାର୍‌ଟି ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ତାକୁଡ଼ା ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇଯାଇଥିଲା।

ସ୍ଥାନୀୟ ଲୋକ ଏନେଇ ପୁଲିସ୍‌କୁ ଖବର ଦେଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ସରୋଜଙ୍କ ବାପା ଗୌର ହରି ତ୍ରିପାଠୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ରିପୋର୍ଟ- ଦଶପଲ୍ଲାରୁ ସଞ୍ଜୀବ ସାହୁ

Accident Roadaccident Nayagarh