Advertisment

ରାସ୍ତା ପାର୍ଶ୍ୱରେ ଗଛ ଲଗାଉଥିଲେ, ମାଡ଼ିଗଲା ସ୍କର୍ପିଓ

ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରେ ନିଆଁ ଲଗାଇ ଦେଇଛନ୍ତି। ଏହାଛଡ଼ା ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

author-image
Manoranjan Sial
Accident

Baripada

ରାସ୍ତା ପାର୍ଶ୍ୱରେ ଗଛ ଲଗାଉଥିଲେ ୬୨ ବର୍ଷୀୟ ବୃଦ୍ଧ। ହଠାତ୍‌ ଦ୍ରୁତ ଗତିରେ ଆସିଥିବା ଏକ ସ୍କର୍ପିଓ ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢ଼ ଗାଁ ହନୁମାନ ଛକଠାରେ ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Advertisment

୬୨ ବର୍ଷୀୟ ବୃଦ୍ଧ ରବୀନ୍ଦ୍ର ପାତ୍ର ଆଜି ରାଢ଼ ଗାଁ ହନୁମାନ ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଚାରା ରୋପଣ କରୁଥିଲେ। ଠିକ୍‌ ସେହି ସମୟରେ ଉଦଳା ଅଭିମୁଖେ ଯାଉଥିବା (OD 05L-8600) ନମ୍ବର ବିଶିଷ୍ଟ ଏକ ସ୍କୋର୍ପିଓ ରବୀନ୍ଦ୍ରଙ୍କ ଉପରେ ଚଢି ଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ପଳାଇ ଯାଇଥିଲେ ଡ୍ରାଇଭର।

ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରେ ନିଆଁ ଲଗାଇ ଦେଇଛନ୍ତି। ଏହାଛଡ଼ା ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ବର୍ତ୍ତମାନ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି।

Advertisment

ରିପୋର୍ଟ- ଉଦଳାରୁ ମାନସ ପାଣି

Accident Roadaccident