Advertisment

ଦଶାହ କାର୍ଯ୍ୟକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା: ଭିଣୋଇ ମୃତ,ଶାଳକ ଗୁରୁତର

ବାଇକରେ ଶାଳକ ଓ ଭିଣୋଇ ଗୋଟିଏ ଦଶାହ କାଯ୍ୟରେ ଯୋଗ ଦେବାକୁ ଯାଉଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Kantabanji

Kantabanji

ଦୀପାବଳି ପାଇଁ ଗାଁଠୁ ସହର ଉତ୍ସବ ମୁଖର। ଏହି ଆଲୋକର ପର୍ବ ମଧ୍ୟରେ ବଲାଙ୍ଗିରରେ ଘଟିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଗୋଟିଏ ଦଶାହ କାର୍ଯ୍ୟକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲି ଯାଇଛି ଭିଣୋଇଙ୍କ ଜୀବନ। ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ତାଙ୍କ ଶାଳକ। ଉଭୟ ଗୋଟିଏ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ବାଇକୁ ସାମ୍ନା ପଟୁ ଗୋଟିଏ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଭିଣୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ଶାଳକ ଗୁରୁତର ଆହତ ହୋଇଛନ୍ତି। 

Advertisment

ବଲାଙ୍ଗିର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ବାଗବାହାଲ ଗାଁ ନିକଟରେ ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଗୋଟିଏ ବାଇକରେ ବଙ୍ଗୋମୁଣ୍ଡା ଥାନା ଜୋରପଡ଼ା ଗାଁର ପର୍ଶୁରାମ ପୁଟେଲ ଓ ମୁରିବାହାଲ ବ୍ଲକ ସାହାଜପାଣି ଗାଁର ଲମ୍ବୋଦର ପୁଟେଲ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ। ଏମାନେ ସମ୍ପର୍କରେ ଭିଣୋଇ ଓ ଶାଳକ। ଲମ୍ବୋଦରଙ୍କ ଉଭଣୀଙ୍କୁ ପର୍ଶୁରାମ ବିବାହ କରିଛନ୍ତି। 

ଉଭୟ ବାଇକରେ ଯାଉଥିବା ବେଳେ ବାଗାହାଲ ଗାଁ ନିକଟରେ ଘଟିଥିଲେ ଅଘଟଣ। ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଲି ବୋଝେଇ ହାଇୱା ପର୍ଶୁରାମ ଓ ଲମ୍ବୋଦରଙ୍କ ବାଇକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ପର୍ଶୁରାମଙ୍କ ମୃତୃ ଘଟିଥିଲେ। ଗୁରୁତର ଲମ୍ବୋଦରଙ୍କୁ ସିଂଧେକେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଗାଡ଼ି ଛାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। ସିଂଧେକେଲା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ଦୁର୍ଘଟଣାଗ୍ରସ୍ତ ହାଇୱା ଓ ବାଇକୁ ଜବତ କରିଛି। ଏଥିସହ ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି। 

ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ପର୍ଶୁରାମଙ୍କ ଶବକୁ ରାସ୍ତାରେ ରଖି ତାଙ୍କ ପରିବାର ଓ ସମ୍ପର୍କୀୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ସେମାନେ ଫେରାର ହାଇୱା ଡ୍ରାଇଭରକୁ ଗିରଫ ପାଇଁ ମଧ୍ୟ ଦାବି କରିଛନ୍ତି। ପ୍ରଶାସନ ସେମାନଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ସମୟ ପରେ ରାସ୍ତା ଅବରୋଧ ହଟିଥିଲା।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Roadaccident Crime Odisha Crime