Advertisment

ଇସ୍ପାତ କାରଖାନାରେ ବିସ୍ଫୋରଣ; ଜଣେ ଶ୍ରମିକ ମୃତ, ୨ ଗୁରୁତର

ଗ୍ୟାସ୍‌ ପାଇପ୍‌ ଲିକ୍‌ ହେବା ଯୋଗୁ ବିସ୍ଫୋରଣ ହୋଇଥିବା ସୂଚନା ରହିଛି।

Blast

Blast

Advertisment

ରାଉରକେଲା କଲୁଙ୍ଗା ଶୁଭମ୍‌ ଇସ୍ପାତ କାରଖାନାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଆହତ ଶ୍ରମିକଙ୍କୁ ରାଉରକେଲାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଶ୍ରମିକ ଜଣଙ୍କ ହେଲେ ଚିନ୍ମୀୟ ବେହେରା। ତାଙ୍କ ଘର ଯାଜପୁର ଜିଲ୍ଲାରେ। ଦୁଇ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି।

ଗ୍ୟାସ୍‌ ପାଇପ୍‌ ଲିକ୍‌ ହେବା ଯୋଗୁ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଗତକାଲି ବିଳମ୍ବିତ ଏହି ଅଘଟଣ ଘଟିଛି। ଏହି ଇସ୍ପାତ କାରଖାନାରେ ୧୦୦ରୁ ଅଧିକ ଶ୍ରମିକ କାମ କରନ୍ତି। ଏହି ବିସ୍ଫୋରଣରେ ଅନ୍ୟମାନଙ୍କର କିଛି ହୋଇ ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଏହାସହ ମୃତକ ପରିବାରକୁ ପୁଲିସ ମାଧ୍ୟମରେ ଖବର ଦିଆଯାଇଛି।

Advertisment
Rourkela Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe