Advertisment

ଓଭର ବ୍ରିଜରୁ ତଳକୁ ଖସିଲା ଡାକ୍ତରଙ୍କ କାର୍‌

ଗତକାଲି ଶୁଭଶ୍ରୀ ନିଜେ କାର୍ ଚଳାଇ କଟକରୁ କେନ୍ଦୁଝର ଡାକ୍ତରଖାନାକୁ ଯାଉଥିଲେ।

author-image
Tapaswini Nayak
Accident

Accident

ଭାରସାମ୍ୟ ହରାଇ ଓଭର ବ୍ରିଜର ତଳକୁ ଖସିଲା କାର୍। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପେକେ ବର୍ତ୍ତିଲେ ମହିଳା ଡାକ୍ତର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ ୨୦ ନମ୍ବର ଜାତୀୟ ରାଜପଥର ଶୈଲଙ୍ଗ ଓଭର ବ୍ରିଜରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ମହିଳା ଡାକ୍ତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ଶୁଭଶ୍ରୀ ମିଶ୍ର।।

Advertisment

ଗତକାଲି ଶୁଭଶ୍ରୀ ନିଜେ କାର୍ ଚଳାଇ କଟକରୁ କେନ୍ଦୁଝର ଡାକ୍ତରଖାନାକୁ ଯାଉଥିଲେ। ଶୈଲଙ୍ଗ ଓଭର ବ୍ରିଜରେ କାର୍‌ଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ଡାକ୍ତରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଗାଡ଼ିରେ ମହିଳା ଡାକ୍ତର ଏକା ଥିବା ଜଣାଯାଇଛି। 

Kendujhar Road Accident