ସାଇକେଲ ଆରୋହୀଙ୍କୁ ଚାପି ଦେଲା ଟ୍ରକ। ଘଟଣାଟି ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ସରାଙ୍ଗ ଗାଁରେ। ମୃତକ ଜଣକ ହେଲେ ଅନ୍ତର୍ଯ୍ୟାମୀ ସାହୁ।
ଅନ୍ତର୍ଯ୍ୟାମୀ ସାଇକେଲରେ ଘରକୁ ଯାଉଥିଲେ। ସେଇ ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ଏହା ଦେଖି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖିବା ସହିତ ପୁଲିସକୁ ଖବର ଦେଇଥିଲେ।
Also Read
ଅନ୍ୟପଟେ ସ୍ଥାନୀୟ ଲୋକ ମୃତକ ପରିବାରକୁ କ୍ଷତି ପୂରଣ ଦାବି କରି ଜାତୀୟ ରାଜପଥ ଉପରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ତାଳଚେର -ଡ଼ୁବୁରୀ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ଦିର୍ଘ ସମୟ ରାସ୍ତା ବନ୍ଦ ହେବାରୁ ଯାତ୍ରୀମାନେ ରାସ୍ତାରେ ଫଶି ରହିଥିଲେ। ଏନେଇ ପୁଲିସ ଘଟଣା ସ୍ଥଲରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକରୁ ହଟିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ
ନବରଙ୍ଗପୁର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।