Advertisment

ସାଇକେଲରେ ଘରକୁ ଫେରୁଥିଲେ, ପିଟିଦେଲା ଟ୍ରକ

ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
truck

truck

Advertisment

ସାଇକେଲ ଆରୋହୀଙ୍କୁ ଚାପି ଦେଲା ଟ୍ରକ। ଘଟଣାଟି ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ସରାଙ୍ଗ ଗାଁରେ। ମୃତକ ଜଣକ ହେଲେ ଅନ୍ତର୍ଯ୍ୟାମୀ ସାହୁ।

Advertisment

ଅନ୍ତର୍ଯ୍ୟାମୀ ସାଇକେଲରେ ଘରକୁ ଯାଉଥିଲେ। ସେଇ ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ଏହା ଦେଖି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖିବା ସହିତ ପୁଲିସକୁ ଖବର ଦେଇଥିଲେ।

ଅନ୍ୟପଟେ ସ୍ଥାନୀୟ ଲୋକ ମୃତକ ପରିବାରକୁ କ୍ଷତି ପୂରଣ ଦାବି କରି ଜାତୀୟ ରାଜପଥ ଉପରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ତାଳଚେର -ଡ଼ୁବୁରୀ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ଦିର୍ଘ ସମୟ ରାସ୍ତା ବନ୍ଦ ହେବାରୁ ଯାତ୍ରୀମାନେ ରାସ୍ତାରେ ଫଶି ରହିଥିଲେ। ଏନେଇ ପୁଲିସ ଘଟଣା ସ୍ଥଲରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକରୁ ହଟିଥିଲେ।

Advertisment
Accident Roadaccident Accidental Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe