Advertisment

ନିର୍ମାଣାଧୀନ ଘରେ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଗୁରୁତର

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଉଦ୍ଧବଙ୍କୁ ମୃତ ଘୋଷଣ କରାଯାଇଥିଲା।

Dead Body

Dead Body

Advertisment

‍ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଟିମନଭାଟି ଗାଁରେ ଘଟିଛି ଏହି ଘଟଣା। ମୃତ ଶ୍ରମିକଙ୍କ ନାଁ ଉଦ୍ଧବ ପୋଢ଼।  ଆହତ ଶ୍ରମିକଙ୍କ ନାଁ ମକରନ୍ଦ ପୋଢ଼। 

Advertisment

ଟିମନଭାଟି ଗାଁରେ ଜଣେ ବ୍ୟକ୍ତିଙ୍କ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଉଦ୍ଧବ ଓ ମକରନ୍ଦ ସେଠାରେ କାର୍ଯ୍ୟ କରୁଥିଲେ। ଅନ୍ୟ ଦିନଗୁଡ଼ିକ ଭଳି ଆଜି ମଧ୍ୟ ଉଭୟ ସେଠାରେ କାମ କରୁଥିଲେ। ସେମାନେ ଘରର ଛାତ ଉପରେ କାମ କରୁଥିବା ବେଳେ ତା’ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। 

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଉଦ୍ଧବଙ୍କୁ ମୃତ ଘୋଷଣ କରାଯାଇଥିଲା। ମକରନ୍ଦ ପୋଢ଼ଙ୍କୁ ସେଠାରେ ଭର୍ତ୍ତି କରାଯାଇଛି। 

Advertisment

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe