Advertisment

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ଜଣେ ଗୁରୁତର

ଦୀପାବଳି ଅମାବାସ୍ୟା ପୁର୍ବରୁ ଘଟିଲା ଅଘଟଣ । ବାଣ ତିଆରି ବେଳେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି।

ଅଦ୍ୟତନ ହୋଇଛି
Spot

Spot

Advertisment

ଦୀପାବଳି ଅମାବାସ୍ୟା ପୁର୍ବରୁ ଘଟିଲା ଅଘଟଣ । ବାଣ ତିଆରି ବେଳେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଏପରି ଅଘଟଣ ଆଜି ନୟାଗଡ଼ ଜିଲ୍ଲା ଫତେଗଡ ଥାନା ତରବାଲୋ ଗ୍ରାମରେ ଘଟିଛି। ଗୁରୁତର ଯୁବକଜଣକ ହେଲେ ସୁଦର୍ଶନ ଦଳେଇ ।

Advertisment

ସୁଦର୍ଶନ ଆଜି ସକାଳେ ନିଜ ଘରେ ବାଣ ତିଆରି କରୁଥିଲେ। ଏହି ସମୟରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଯୋଗୁ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରର ବିଭିନ୍ନ ଆସବାପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ କାନ୍ଥ ଭାଙ୍ଗି ଯାଇଛି। ଏହି ବିସ୍ଫୋରଣ ଯୋଗୁ ପାଖା ପଡ଼ୋଶୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ସୁଦର୍ଶନଙ୍କୁ ଗୁରୁତର ଅବସ୍ଥାର ପ୍ରଥମେ ଭାପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୁଦର୍ଶନଙ୍କ ଶରୀରର ପ୍ରାୟ ୬୦% ପୋଡ଼ି ଯାଇଛି। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରଯାଇଛି। ଫତେଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Advertisment
Nayagarh Crackers Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe