Advertisment

ପ୍ରଥମେ ଧକ୍କା ଦେଲା, ପରେ ଛାଡ଼ି ପଳାଇଲା ପୁଲିସ୍‌ ଭ୍ୟାନ୍‌

ଦୁର୍ଘଟଣାରେ ଜଣେ କଲେଜ ଛାତଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

author-image
Tapaswini Nayak
Road accident

Road accident

ପୁଲିସ ହଜାଇଲା ମାନବିକତା। ଦୁର୍ଘଟଣା ପରେ ଆହତ କଲେଜ ଛାତ୍ରଙ୍କୁ ରାସ୍ତା ଉପରେ ଛାଡ଼ି ଗାଡ଼ି ନେଇ ଚମ୍ପଟ ମାରିଲା ପୁଲିସ ଭ୍ୟାନ୍। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଧୋବାଡ଼ିପାଟପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ କଲେଜ ଛାତଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ର ଜଣଙ୍କ କାହ୍ନୁ ଚରଣ ଦାସ। ତାଙ୍କ ଘର ଆସିକାରେ। ମୃତାହତ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି।

Advertisment

ଗତକାଲି କାହ୍ନୁ ଚରଣ ଓ ତାଙ୍କ ସାଙ୍ଗ ଏକ ବାଇକ୍‌ରେ କଲେଜରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଧୋବାଡ଼ିପାଟପୁର ଗ୍ରାମ ନିକଟରେ ପୁଲିସ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣରେ ଦୁଇ କଲେଜ ଛାତ୍ର ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ହେଲେ ପୁଲିସ ଭ୍ୟାନରେ ଥିବା କର୍ମଚାରୀ ଆହତ ଛାତ୍ରଙ୍କୁ ଡାକ୍ତରଖାନା ନ ନେଇ ଚମ୍ପଟ ମାରିଥିଲେ। ଛାତ୍ରମାନେ ଖଣ୍ଡିଆଖବରା ହୋଇ ରାସ୍ତା ଉପରେ ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ଛାତ୍ରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଜଣେ ଛାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

କୌଣସି ସ୍ଥାନରେ ଦୁର୍ଘଟଣା ହେଲେ ପୁଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥାଏ। ହେଲେ ଏଠାରେ ପୁଲିସ ଗାଡ଼ି ଦୁର୍ଘଟଣା ଘଟାଇଥିବା ବେଳେ କିପରି ଆହତଛାତ୍ରଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment
Ganjam Roadaccident