Advertisment

ଘରେ ଖେଳୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ବର୍ଷକ ଶିଶୁ

ଆଜି ସକାଳେ ମହାବିରୋଡ଼ ଥାନା ବାମ ପଞ୍ଚାୟତ ହନୁମନ୍ତିଆ ସାହିର ପୂର୍ଣ୍ଣ ସାଇଆଁ ଓ ତାଙ୍କ ପତ୍ନୀ ବିଲକୁ କାମ କରିବା ପାଇଁ ଯାଇଥିଲେ। ଆଉ ଘରେ ଥିଲେ ବର୍ଷକର ଶିଶୁ। ଘରେ ଖେଳୁଥିବା ବେଳେ ବିଦ୍ୟୁତ ବୋର୍ଡ ସଂସ୍ପର୍ଶରେ ଆସି ଯାଇଥିଲା ଶିଶୁ।

Child

Child

Advertisment

ଘରେ ଖେଳୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ବର୍ଷକ ଶିଶୁ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ ନିଆଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅଞ୍ଚଳରେ ଘଟିଛି।

Advertisment

ଆଜି ସକାଳେ ମହାବିରୋଡ଼ ଥାନା ବାମ ପଞ୍ଚାୟତ ହନୁମନ୍ତିଆ ସାହିର ପୂର୍ଣ୍ଣ ସାଇଆଁ ଓ ତାଙ୍କ ପତ୍ନୀ ବିଲକୁ କାମ କରିବା ପାଇଁ ଯାଇଥିଲେ। ଆଉ ଘରେ ଥିଲେ ବର୍ଷକର ଶିଶୁ। ଘରେ ଖେଳୁଥିବା ବେଳେ ବିଦ୍ୟୁତ ବୋର୍ଡ ସଂସ୍ପର୍ଶରେ ଆସି ଯାଇଥିଲା ଶିଶୁ। ସେହି ସମୟରେ ଘରେ କେହି ନଥିଲେ। ତେଣୁ ଶିଶୁ ଚେତା ହରାଇ ପଡି ରହିଥିଲା। ସାହି ପଡ଼ିଶାଙ୍କଠାରୁ ଖବର ପାଇ ପୂର୍ଣ୍ଣ ଓ ତାଙ୍କ ପତ୍ନୀ ଘରେ ପହଞ୍ଚିଥିଲେ। ଛୁଆକୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ କାମାକ୍ଷାନଗର ମେଡ଼ିକାଲ ନେଇଥିଲେ। ହେଲେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Kamakhyanagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe