Advertisment

ଟ୍ରାକ୍ଟର ସହିତ ଧକ୍କା ପରେ ଜଳିଗଲା ପିଆଜ ବୋଝେଇ ଟ୍ରକ୍‌; ଜଣେ ମୃତ, ୨ ଗୁରୁତର

ଗୁରୁତର ଆହତ ଦ୍ୱୟ ହେଉଛନ୍ତି ପିଆଜ ବୋଝେଇ ଟ୍ରକ୍‌ର ଡ୍ରାଇଭର ଓ ହେଲପର।

author-image
Jitendra Garnayak
Accident

Accident

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଡୁମୁରୁଡ଼ିହା ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ସହିତ ଧକ୍କା ହେବା ପରେ ଏକ ପିଆଜ ବୋଝେଇ ଟ୍ରକ୍ ଜଳି ଯାଇଛି। ଏହା ସହିତ ଏକ ବାଇକ ମଧ୍ୟ ଜଳି ଯାଇଛି।

Advertisment

ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ପପୁ ମହାନ୍ତି। ତାଙ୍କ ଘର ନୂଆଗାଁରେ। ସେ ଜଣେ ଶ୍ରମିକ ଥିଲେ। ସେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରରେ ବସିଥିଲେ।

ସେହିପରି ଗୁରୁତର ଆହତ ଦ୍ୱୟ ହେଉଛନ୍ତି ପିଆଜ ବୋଝେଇ ଟ୍ରକ୍‌ର ଡ୍ରାଇଭର ଓ ହେଲପର। ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଟ୍ରାକ୍ଟର ସହିତ ଧକ୍କା ହେବା ପରେ ପିଆଜ ବୋଝେଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଏହା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ବିଶୋଇ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Accident