Advertisment

Accident: ଓଲଟି ପଡ଼ିଲା ସରକାରୀ ବସ୍

ଦୁର୍ଘଟଣାଗ୍ରସ୍ତ ହୋଇଛି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏକ ବସ୍‌। ଆନ୍ଧ୍ର ପ୍ରଦେଶର ସାଲୁର ବାଇପାସ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ମୋଟ ୩୧ ଜଣ ଯାତ୍ରୀ ଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

BUS

ବସ୍‌ଟି ମାଲକାନଗିରି ଜିଲ୍ଲା MV 79 ରୁ ବିଶାଖାପାଟଣା ଯାଉଥିଲା।  ଆନ୍ଧ୍ର ପ୍ରଦେଶର ସାଲୁର ବାଇପାସ ନିକଟରେ ରାତି ପ୍ରାୟ ୪ଟା ବେଳେ ୟୁ ଟର୍ଣ୍ଣ ନେଲା ବେଳେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା। 

୭ ଗୁରୁତର ଆହତଙ୍କୁ ପ୍ରଥମେ ସାଲୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବିଜୟନଗରମ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। 

Advertisment

ଖବର ପାଇ ସାଲୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସାଲୁର ପୁଲିସ ଘଟଣାର ତଦନ୍ତ କରୁଛି। 

ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଏକ ସିରିଜ୍ ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇଟି କାର ଓ ସ୍କୁଟି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। କାର ଦୁଇଟି ରାସ୍ତାକଡ଼ରେ ଥିବା ଏକ ବିଲରେ ଖସି ପଡ଼ିଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe