Advertisment

ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ; ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ଜୀବନ

ଗତକାଲି ରାତିରେ ଶ୍ରମିକମାନେ ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Brick kiln

Brick kiln

ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜଣଙ୍କ ଜୀବନ। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ନିକଟ ଇଟାଭାଟିରେ ଏହି ଅଘଟଣ ଘଟିଛି।

Advertisment

ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି। ମୃତକ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାଯାଇଛି। ମୃତକମାନେ ଛତିଶଗଡ଼ରେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ରାତିରେ ଶ୍ରମିକମାନେ ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ। ଆଜି ସକାଳେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏହି ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ବେଆଇନ ଭାବେ ଇଟାଭାଟି ଚାଲିଥିବା ସୂଚନା ରହିଛି। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଶ୍ୱାସରୁଦ୍ଧ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। 

Dhenkanal