ବାକିରେ ଗ୍ରୋସରୀ ନେଇଥିଲେ। ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ। ନିଆଁରେ ଦୋକାନ ଘରଟି ଜଳିପୋଡ଼ି ପାଉଁଶ ହୋଇଯାଇଛି।
ମହୁଲ ବଜାରରେ ବୃନ୍ଦାବନ ସାହୁଙ୍କ ଗ୍ରୋସରୀ ଦୋକାନରୁ ମଧୁପୁର ଗ୍ରାମର ସଦା ସ୍ୱାଇଁ ୧୨୫ ଟଙ୍କାର ଗ୍ରୋସରୀ ବାକିରେ ନେଇଥିଲେ। କିଛିଦିନ ଗଲା ପରେ ବୃନ୍ଦାବନ ସଦାଙ୍କୁ ବାକି ଟଙ୍କା ମାଗିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା।
Also Read
ମଙ୍ଗଳବାର ରାତିରେ ସଦା ବୃନ୍ଦାବନଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଏହାର ଭିଡିଓ ସିସିଟିଭିରେ ରେକର୍ଡ କରାଯାଇଥିଲା। ସିସିଟିଭିକୁ ଆଧାର କରି ଗ୍ରାମବାସୀ ସଦାଙ୍କୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରାକ୍ଟର ସହିତ ଧକ୍କା ପରେ ଜଳିଗଲା ପିଆଜ ବୋଝେଇ ଟ୍ରକ୍; ଜଣେ ମୃତ, ୨ ଗୁରୁତର
ଗୁରୁତର ଆହତ ଦ୍ୱୟ ହେଉଛନ୍ତି ପିଆଜ ବୋଝେଇ ଟ୍ରକ୍ର ଡ୍ରାଇଭର ଓ ହେଲପର।
Accident
ଘାଟିରେ ଓଲଟିଲା ପିକ୍ଆପ୍ ଭ୍ୟାନ; ଜଣେ ମୃତ, ୩୦ ଆହତ
କେକେସିଂ ଗାଁର ପ୍ରାୟ ୪୦ ଜଣ ପିକଅପ୍ ଭ୍ୟାନରେ ଚାନ୍ଦିପଟ୍ ସ୍ଥିତ ଘାଇବାଲିକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ।
Accident
ବିଲକୁ ଓଲଟିଲା ଲକ୍ଷ୍ମୀ ବସ୍
ଆଜି ସକାଳେ ଲକ୍ଷ୍ମୀ ବସ୍ଟି ୧୦ ଜଣ ଯାତ୍ରୀଙ୍କୁ ନେଇ କବିସୂର୍ଯ୍ୟନଗର ଅଭିମୁଖେ ଆସୁଥିଲା।
Accident
ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ ଭୋଗ ଦୋକାନ
ଗତକାଲି ବିଳମ୍ବିତ ରାତିରେ ତାରିଣୀ ମନ୍ଦିର ୨ନମ୍ବର ଗେଟ ନିକଟରେ ଥିବା ଏକ ଭୋଗ ଦୋକାନରେ ନିଆଁ ଲାଗିଯାଇଥିଲା।