Advertisment

ବାକିରେ ଗ୍ରୋସରୀ ନେଇଥିଲେ; ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ

୧୨୫ ଟଙ୍କା ବାକି ପଇସା ମାଗିବାରୁ ଦୋକାନ ଜାଳିଦେଲେ।

ଅଦ୍ୟତନ ହୋଇଛି
Fire

Fire

Advertisment

ବାକିରେ ଗ୍ରୋସରୀ ନେଇଥିଲେ। ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ। ନିଆଁରେ ଦୋକାନ ଘରଟି ଜଳିପୋଡ଼ି ପାଉଁଶ ହୋଇଯାଇଛି।

Advertisment

ମହୁଲ ବଜାରରେ ବୃନ୍ଦାବନ ସାହୁଙ୍କ ଗ୍ରୋସରୀ ଦୋକାନରୁ ମଧୁପୁର ଗ୍ରାମର ସଦା ସ୍ୱାଇଁ ୧୨୫ ଟଙ୍କାର ଗ୍ରୋସରୀ ବାକିରେ ନେଇଥିଲେ। କିଛିଦିନ ଗଲା ପରେ ବୃନ୍ଦାବନ ସଦାଙ୍କୁ ବାକି ଟଙ୍କା ମାଗିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। 

ମଙ୍ଗଳବାର ରାତିରେ ସଦା ବୃନ୍ଦାବନଙ୍କ ଦୋକାନରେ ନିଆଁ ଲଗା‌ଇ ଦେଇଥିଲେ। ଏହାର ଭିଡିଓ ସିସିଟିଭିରେ ରେକର୍ଡ କରାଯାଇଥିଲା। ସିସିଟିଭିକୁ ଆଧାର କରି ଗ୍ରାମବାସୀ ସଦାଙ୍କୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Fire Breakout Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe