Advertisment

୨୦୧୨-୨୦୨୧ ଭିତରେ ବନ୍ୟା ଓ ବର୍ଷା ନେଇଛି ୧୭ ହଜାର ଜୀବନ, କ୍ଷତି ୨ ଲକ୍ଷ ୭୬ ହଜାର କୋଟି

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟସଭାରେ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ତଥ୍ୟ ରଖିଥିଲେ।

ଅଦ୍ୟତନ ହୋଇଛି
floods

floods

Advertisment
୨୦୧୨-୨୦୨୧ ଭିତରେ ବନ୍ୟା ଓ ବର୍ଷା ନେଇଛି ୧୭ ହଜାର ଜୀବନ। କ୍ଷତି ହୋଇଛି ୨ ଲକ୍ଷ ୭୬ ହଜାର କୋଟି। ଗୋଟାଏ ବର୍ଷା ଲୋକଙ୍କ ଜୀବନ ରକ୍ଷାର ମୂଳ ହୋଇଥିବା ବେଳେ ଅନ୍ୟପଟେ ବିପତିର କାରଣ ପାଲଟିଛି।
Advertisment

ଚଳିତବର୍ଷ ଦେଶରେ ଚଳିତ ବର୍ଷ ମୌସୁମୀ ଜନିତ ଭଲ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ ଭାବେ ହିମାଚଳ, ଉତ୍ତରାଖଣ୍ଡ, ତେଲେଙ୍ଗାନାରେ ବନ୍ୟାଜନିତ ଦୁର୍ଦ୍ଦଶା ଅତି ଗମ୍ଭୀର। ବନ୍ୟା ଯୋଗୁ ଫସଲ ବ୍ୟାପକ କ୍ଷତି ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାୱାର ପ୍ଲାଣ୍ଟ ଓ ବିଭିନ୍ନ ଶିଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସରକାରଙ୍କ ସୂଚନା ମୁତାବକ, ୨୦୧୨ଠାରୁ ୨୦୨୧ ପର୍ଯ୍ୟନ୍ତ ଏଭଳି କ୍ଷୟକ୍ଷତି ୨ ଲକ୍ଷ ୭୬ ହଜାର କୋଟି ଟଙ୍କାରୁ ଅଧିକ। ସରକାର ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟସଭାରେ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ତଥ୍ୟ ରଖିଥିଲେ। ସେ କହିଛନ୍ତି, କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଦେଶର ସମସ୍ତ ରାଜ୍ୟରେ କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ଯାହାର ପରିମାଣ ୨ ଲକ୍ଷ ୭୬ ହଜାର ୦୦୪.୫ କୋଟି ଟଙ୍କା।

Advertisment

୨୦୧୨ରେ ୧୦ ହଜାର ୯୪୪.୬୫ କୋଟି ଟଙ୍କା, ୨୦୧୩ରେ ୪୭ ହଜାର ୩୪୮.୭୫ କୋଟି ଟଙ୍କା, ୨୦୧୪ରେ ୧୫ ହଜାର ୫୪୮.୦୮ କୋଟି ଟଙ୍କା, ୨୦୧୬ରେ ୫ ହଜାର ୬୭୫.୧୦ କୋଟି ଟଙ୍କା, ୨୦୧୭ରେ ୩୦ ହଜାର ୬୬୫.୮୫ କୋଟି ଟଙ୍କା, ୨୦୧୮ରେ ୨୧ ହଜାର ୮୪୯.୯୭ କୋଟି ଟଙ୍କା, ୨୦୧୯ରେ ୧୫ ହଜାର ୮୬୮.୫୩ କୋଟି ଟଙ୍କା, ୨୦୨୦ରେ ୨୧ ହଜାର ୧୯୪.୧୭ କୋଟି ଟଙ୍କା ଓ ୨୦୨୧ରେ ୪୯ ହଜାର ୬୧୭.୬୨ କୋଟି ଟଙ୍କା କ୍ଷତି ହୋଇଛି।

Floodବନ୍ୟା କ୍ଷତି ରିପୋର୍ଟ

ବନ୍ୟା ଓ ବର୍ଷା ବିତ୍ପାତରେ ଏହି ବର୍ଷ ମଧ୍ୟରେ ୧୭ ହଜାର ୪୨୨ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଖରାପ ଜଳନିଷ୍କାସନ ବ୍ୟବସ୍ଥା ବନ୍ୟା ଜନିତ କ୍ଷତି ଓ ପ୍ରାଣହାନୀର ମୁଖ୍ୟକାରଣ ହୋଇଛି ବୋଲି ଟୁଡୁ ଉଲ୍ଲେଖ କରିଛନ୍ତି।

India Flood Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe