Advertisment

ଶୋ' ରୁମରେ ନିଆଁ, 400ରୁ ଊର୍ଦ୍ଧ୍ୱ ବାଇକ୍ ପୋଡି ପାଉଁଶ

ବାଇକ୍ ଶୋ' ରୁମରେ ଭୟାନକ ଅଗ୍ନିକାଣ୍ଡ। 400ରୁ ଅଧିକ ବାଇକ୍ ପୋଡି ପାଉଁଶ।

Two-wheeler Vehicles Gutted In Fire

Two-wheeler Vehicles Gutted In Fire

Advertisment

ଆନ୍ଧ୍ରପ୍ରଦେଶର ବିଜୟୱାଡାର ଏକ ବାଇକ୍ ଶୋ' ରୁମରେ ଭୟାନକ ଅଗ୍ନିକାଣ୍ଡ। 400ରୁ ଅଧିକ ବାଇକ୍ ପୋଡି ପାଉଁଶ। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇ ଥିବାବେଳେ ଶୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନୀ ଘଟିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ଟିଭିଏସ୍ ବାଇକ୍ ଶୋ' ରୁମରେ ନିଆଁ ଲାଗି ଯାଇଥିଲା। କେପି ନଗର ଅଞ୍ଚଳ ଦେଇ ଯାଇଥିବା ଚେନ୍ନାଇ-କୋଲକାତା ରାଜପଥ ନିକଟରେ ଥିଲା ଏହି ଶୋ' ରୁମ୍। କୌଣସି କାରଣରୁ ଏଠାରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ କହିଛନ୍ତି ଯେ, ଉଦ୍ଧାରକାରୀ ଟିମ୍ ପହଞ୍ଚିଲା ବେଳକୁ ଧୂଆଁମୟ ହୋଇଯାଇଥିଲା ପୂରା ପରିବେଶ। ନିଆଁକୁ ଆୟତ୍ତ କରିବା ପାଇଁ ଘଣ୍ଟାଏରୁ ଦେଢ ଘଣ୍ଟା ସମୟ ଲାଗି ଯାଇଥିଲା। ଶୋ' ରୁମରେ ଥିବା 1000  ବାଇକ୍ ମଧ୍ୟରୁ ପ୍ରାୟ 400-500 ବାଇକ୍ ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ। କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ଘଟିଗଲା ତା'ର ତଦନ୍ତ କରାଯାଉଛି।

Advertisment
Fire Breaks Out News Fire In Bike Showroom
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe